ବୋଧେ ଏଇଟା ମୋ ବ୍ଲଗ୍ ର ପୁନର୍ଜନ୍ମ

ନମସ୍କାର ଆଞା । ବହୁତ ଦିନ ପରେ ମୋର ହୃଦବୋଧ ହେଲା ଯେ ମୁ ଗୋଟେ ଓଡିଆ ପିଲା ବୋଲି ।
କଥା କ'ଣ କି ମୋର ଗୋଟେ ହିନ୍ଦି ଭାଷି ସାଙ୍ଗ ଥରେ କହିଲା ଓଡିଆ ଭାଷା ର ଉନ୍ନତି ନାହି । ମୁ ପଚାରିଲି କ'ଣ ପାଇଁ...? ସେ କହିଲା, ଯଦି ଭାଷା ର ବ୍ୟବହାର ସେଇ ଭାଷା ର ଲୋକମାନେ ହିଁ କରିବେନି ତାହେଲେ ତା'ର ଉନ୍ନତି ହେବା କଷ୍ଟ । ଉଦାହରଣ ପାଇଁ ସେ ଗୁଗଲ୍ (Google) ରେ ଓଡିଆ ବ୍ଲଗ୍ ସର୍ଚ୍ କଲା । ଯଦିଓ କିଛି ଓଡିଆ ବ୍ଲଗ୍ ଆସିଲା କିନ୍ତୁ କୋଉଥିରେ ଓଡିଆ ରେ ଲେଖା ନଥିଲା । ଖାଲି କିଛି ଓଡିଆ ସମ୍ବାଦପତ୍ର ରେ ହି ଓଡିଆ ଭାଷା ର  ବ୍ୟବହାର ହେଇଥିଲା । ଟିକେ ଖରାପ୍ ଲାଗିଲେ ବି ମୁ ବୁଝିପାରିଲି ସିଏ କ'ଣ କହିବାକୁ  ଚାହୁଁଛି ।


ଯଦି ସାଧାରଣ ଲୋକେ ଓଡିଆ ଭାଷା ର ବ୍ୟବହାର ନକରିବେ ତାହେଲେ......................। ଛାଡ..ମୁ ଲୋକଙ୍କୁ ଦୋଷ ଦଉନି...। ନିଜ କଥା କହୁଛି । ସେଇଦିନ ଭାବିଲି ମୁ ଗୋଟେ ଓଡିଆ ବ୍ଲଗ୍ ଲେଖିବି ।କିନ୍ତୁ ଭାବିଦେଲି ସିନା...ଓଡିଆରେ ଲେଖିବି କେମିତି ଆଉ କୋଉଠି ଲେଖିବି...? ମୋର ଯୋଉ ଦୁଇଟା ପୁରୁଣା ବ୍ଲଗ୍ ଅଛି ସେଥିରେ English ଆଉ Spanish ଛଡା ଆଉ କିଛି ଲେଖିବା ମନା । ଟିକେ ଭାବିଲା ପରେ ମନେ ପଡିଲା ମୋର ପ୍ରଥମ ବ୍ଲଗ୍ Blogger ବିଷୟ ରେ । Google କୁ ଧନ୍ୟବାଦ୍...ସେଥିରେ ପାଖାପାଖି ସବୁ ଭାରତୀୟ ଭାଷା ର ବ୍ୟବହାର ପାଇଁ ଅନୁମତି ଅଛି । ଏବେ ଖାଲି ଲେଖିବା ବାକି ରହିଲା । ଯଦିଓ କାମଟା ଟିକେ Technical ଥିଲା ତେବେ ଟିକେ କଷ୍ଟ କଲା ପରେ ଏ ଅବରୋଧ ବି ହଟିଗଲା (ଲୋକେ କହନ୍ତିନି ଇଛ୍ହା ଥିଲେ................)




ଯାହା ବି ହ ଉ ସବୁ ହେଇଗଲା ସିନା....ଏବେ ମୋତେ ଆପଣ ମାନଙ୍କର ସହଯୋଗ ଦରକାର ।
ମୋତେ ମୋର ଏ ଦୁନିଆ ରେ ଭାରି ଏକା ଏକା ଲାଗୁଛି । ତେବେ ଆଶା କରୁଛି ଇଏ ବେଶି ଦିନ ପାଇଁ ନୁହ । ଟିକେ ଡେରି ରେ ହେଲେ ବି ଆପଣ ମୋତେ ନିଶ୍ଚେ ସାଥ୍ ଦେବେ ।


Emotional Dose ଟା ବେଶି ହେଇ ଗଲାନି ତ....? ବର୍ତ୍ତମାନ ପାଇଁ ରହୁଛି । ପୁଣି ଦେଖାହେବ।

Posted byHaraprasad at 12:57 PM  

2 comments:

Unknown said... Sunday, 28 March, 2010  

are hara bhai bahut mast kama karicha ......kichi kichi spelling mistake pai dukha laguchi jaha... ta baad sabu user mane jau bhali odiya re lekhi paribe se option ta dele ahuri bhala heba

Anonymous said... Thursday, 01 September, 2011  

ବହୁତ ବହୁତ ଧନ୍ୟବାଦ, ମୁ ଭାବୁଛି, ମୁଁ ବି ଏହିପରି ଗୋଟେ ବ୍ଲଗ ଲେଖିବି କିନ୍ତୁ ଓଡିଆରେ ଲେଖିବା ପାଇଁ ଉପଯୁକ୍ତ ସପ୍ଟଵାୟର ନ ଥିବାରୁ, ମୁଁ ଲେଖିପାରୁ ନାହଁ
ମୋର ଫେସ୍ ବୁକରେ ବହୁତ ସାଂଗ ଅଛଂନ୍ତି ଯେଉମାନେ ସଦାବେଳେ ରୋମାନ୍ ସ୍କିରିପ୍ଟ ବ୍ୟବହାର କରି ଓଡିଆରେ ଲେଖ୍ନ୍ତି
ଓଡିଆରେ ଲେଖିବାପାଇଁ କଣ କରିବାକୁ ହେବ କୁହନ୍ତୁ
SPELLING MISTAKE କୁ ଷ୍ୟମା କରିବ

Post a Comment