ବୋଧେ ଏଇଟା ମୋ ବ୍ଲଗ୍ ର ପୁନର୍ଜନ୍ମ
Sunday, March 28, 2010
ନମସ୍କାର ଆଞା । ବହୁତ ଦିନ ପରେ ମୋର ହୃଦବୋଧ ହେଲା ଯେ ମୁ ଗୋଟେ ଓଡିଆ ପିଲା ବୋଲି ।
କଥା କ'ଣ କି ମୋର ଗୋଟେ ହିନ୍ଦି ଭାଷି ସାଙ୍ଗ ଥରେ କହିଲା ଓଡିଆ ଭାଷା ର ଉନ୍ନତି ନାହି । ମୁ ପଚାରିଲି କ'ଣ ପାଇଁ...? ସେ କହିଲା, ଯଦି ଭାଷା ର ବ୍ୟବହାର ସେଇ ଭାଷା ର ଲୋକମାନେ ହିଁ କରିବେନି ତାହେଲେ ତା'ର ଉନ୍ନତି ହେବା କଷ୍ଟ । ଉଦାହରଣ ପାଇଁ ସେ ଗୁଗଲ୍ (Google) ରେ ଓଡିଆ ବ୍ଲଗ୍ ସର୍ଚ୍ କଲା । ଯଦିଓ କିଛି ଓଡିଆ ବ୍ଲଗ୍ ଆସିଲା କିନ୍ତୁ କୋଉଥିରେ ଓଡିଆ ରେ ଲେଖା ନଥିଲା । ଖାଲି କିଛି ଓଡିଆ ସମ୍ବାଦପତ୍ର ରେ ହି ଓଡିଆ ଭାଷା ର ବ୍ୟବହାର ହେଇଥିଲା । ଟିକେ ଖରାପ୍ ଲାଗିଲେ ବି ମୁ ବୁଝିପାରିଲି ସିଏ କ'ଣ କହିବାକୁ ଚାହୁଁଛି ।
ଯଦି ସାଧାରଣ ଲୋକେ ଓଡିଆ ଭାଷା ର ବ୍ୟବହାର ନକରିବେ ତାହେଲେ......................। ଛାଡ..ମୁ ଲୋକଙ୍କୁ ଦୋଷ ଦଉନି...। ନିଜ କଥା କହୁଛି । ସେଇଦିନ ଭାବିଲି ମୁ ଗୋଟେ ଓଡିଆ ବ୍ଲଗ୍ ଲେଖିବି ।କିନ୍ତୁ ଭାବିଦେଲି ସିନା...ଓଡିଆରେ ଲେଖିବି କେମିତି ଆଉ କୋଉଠି ଲେଖିବି...? ମୋର ଯୋଉ ଦୁଇଟା ପୁରୁଣା ବ୍ଲଗ୍ ଅଛି ସେଥିରେ English ଆଉ Spanish ଛଡା ଆଉ କିଛି ଲେଖିବା ମନା । ଟିକେ ଭାବିଲା ପରେ ମନେ ପଡିଲା ମୋର ପ୍ରଥମ ବ୍ଲଗ୍ Blogger ବିଷୟ ରେ । Google କୁ ଧନ୍ୟବାଦ୍...ସେଥିରେ ପାଖାପାଖି ସବୁ ଭାରତୀୟ ଭାଷା ର ବ୍ୟବହାର ପାଇଁ ଅନୁମତି ଅଛି । ଏବେ ଖାଲି ଲେଖିବା ବାକି ରହିଲା । ଯଦିଓ କାମଟା ଟିକେ Technical ଥିଲା ତେବେ ଟିକେ କଷ୍ଟ କଲା ପରେ ଏ ଅବରୋଧ ବି ହଟିଗଲା (ଲୋକେ କହନ୍ତିନି ଇଛ୍ହା ଥିଲେ................)
ଯାହା ବି ହ ଉ ସବୁ ହେଇଗଲା ସିନା....ଏବେ ମୋତେ ଆପଣ ମାନଙ୍କର ସହଯୋଗ ଦରକାର ।
ମୋତେ ମୋର ଏ ଦୁନିଆ ରେ ଭାରି ଏକା ଏକା ଲାଗୁଛି । ତେବେ ଆଶା କରୁଛି ଇଏ ବେଶି ଦିନ ପାଇଁ ନୁହ । ଟିକେ ଡେରି ରେ ହେଲେ ବି ଆପଣ ମୋତେ ନିଶ୍ଚେ ସାଥ୍ ଦେବେ ।
Emotional Dose ଟା ବେଶି ହେଇ ଗଲାନି ତ....? ବର୍ତ୍ତମାନ ପାଇଁ ରହୁଛି । ପୁଣି ଦେଖାହେବ।
Posted byHaraprasad at 12:57 PM 2 comments